ବିରୋଧୀ ସରପଞ୍ଚ ପ୍ରାର୍ଥୀ ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି । ବିରୋଧୀ ଦଳର ନେତାମାନେ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେଉଛନ୍ତି । ବିରୋଧୀ ଦଳରୁ ୨୨୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୁ ଜନତା ଦଳ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ପଞ୍ଚାୟତ ବିରୋଧୀ ଦଳର ସରପଞ୍ଚ ପ୍ରାର୍ଥୀ ଧୀରେନ ମହାନ୍ତି ଓ ଶରଧାପୁର ଗ୍ରାମର ଶେଷଦେବ ଜେନା ବିଜେଡିରେ ସାମିଲ ହୋଇଛନ୍ତି । ନନ୍ଦିଘୋର ପଞ୍ଚାୟତରେ ଆଗାମୀ ଦିନରେ ବିଜେଡି ଅଧୀକ ଶକ୍ତିଶାଳୀ ହେବ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସେମାନଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ୱାଗତ କରିଛନ୍ତି।

Related posts