ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କୁ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଏନ୍ଏସିର ଦଳୀୟ କାର୍ଯ୍ୟକର୍ତାମାନେ ଓଡ଼ଗାଁ ରଘୁନାଥ ମନ୍ଦିରଠାରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବାଣ ଫୁଟାଇ, ପରସ୍ପର ମିଠା ଖୁଆଇ ନୟାଗଡରେ କଂଗ୍ରେସ ବାନା ଉଡାଇ ଦଳୀୟ ମନୋନୀତ ପ୍ରାର୍ଥୀ ମାଟିର ପୁଅ ରଣଜିତ ଦାଶଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ବରିଷ୍ଠ ନେତା ଲଷ୍ମୀଧର ତ୍ରିପାଠୀ, ନୟାଗଡ ବ୍ଲକ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ ସସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଅଧ୍ଯକ୍ଷ ଦିଲ୍ଲୀପ୍ କୁମାର ବିଶୋଇ, କଂଗ୍ରେସ ନେତା ପତିଆ ପଲେଇ, ଆଦି କଂଗ୍ରେସ ନେତାଙ୍କ ସମେତ ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇ ଥିଲେ।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...