କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ

ନୟାଗଡ଼,(ନୟାଗଡ଼ ଦର୍ପଣ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସୁଚନାନୁସାରେ ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକ ସାହାଯ୍ୟରେ ଯାଉଥିଲେ । ଅପରାହ୍ନ ସମୟରେ କଳା ପଲ୍ସସରରେ ଆସି ୩ଜଣ ଲୁଟେରା ତୁଳସୀପୁର ଠାରେ ପଛପଟୁ ଆସି ଝାମ୍ପି ନେଇଥିଲେ। ପତିପତ୍ନୀ ଉଭୟ ତଳେ ପଡିଯାଇଥିବା ବେଳେ ତାଙ୍କ ଠାରୁ ଏକ ଭ୍ୟାନିଟ୍ ବ୍ୟାଗ୍, ଏକ ମୋବାଇଲ, ଭ୍ୟାନିଟ୍‌ରେ ଥ‌ିବା ୧୦ହଜାର ଟଙ୍କା ଓ ସୁନା ଗହଣାକୁ ଲୁଟ କରି ମହିପୁର ଆଡେ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଲୁଟର ଶିକାର ହୋଇଥୁବା ଶରତ କୁମାର ପ୍ରଧାନ ନୟାଗଡ଼ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ନୟାଗଡ଼ ଟାଉନ ଥାନା ପକ୍ଷରୁ କେସ୍ ନଂ ୧୩୦/୨୦୨୪ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଶିବାରଞ୍ଜନ ସିଂଙ୍ଗା ଏହି ମାମଲାର ତଦନ୍ତ ଭାର ନେଇ ଆସାମୀମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଇଟାମାଟି ଏକଡାଳିଆ ସାହିର ଚନ୍ଦନ ବେହେରା, ଇଟାମାଟି ଜଗନ୍ନାଥ ସାହିର ଶିବା ସେଠି ଓ ଇଟାମାଟି ବଡ଼ ହରିଜନ ସାହିର ତରୁଣ ଘଡେଇଙ୍କୁ ବାନ୍ଧିବାରେ ପୁଲିସ ସଫଳ ହୋଇଛି । ସେମାନଙ୍କ
ଠାରୁ ଏକ ପଲ୍‌ସର ମୋଟର ସାଇକେଲ୍, ଭ୍ୟାନିଟ ବ୍ୟାଗ୍, ମୋବାଇଲ, ସୁନା ଗହଣା ଓ ୧୦ ହଜାର ଟଙ୍କାକୁ ପୁଲିସ ଜବତ କରିଛି । ୩ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

Related posts