ଧାଡ଼ିକିଆ ଖବର, ଆଜି ତାରିଖ -୧୩. ୦୪.୨୪ (ଶନିବାର)

⭕ରାମଲାଲାଙ୍କ ଲଲାଟରେ ଝଲସିଲା ସୂର୍ଯ୍ୟ ତିଳକ, ପ୍ରଭୁଙ୍କ ଜନ୍ମଦିନ ରାମନବମୀରେ ଶ୍ରୀରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପ୍ରକାଶ ପୂର୍ବରୁ ସଫଳ ହେଲା ପରୀକ୍ଷଣ ।

⭕‘ଇସ୍ରାଏଲ ଓ ଇରାନ ଯାତ୍ରାଠୁ ଦୂରେଇ ରୁହନ୍ତୁ ଭାରତୀୟ’, ମିଡିଷ୍ଟ ଇଷ୍ଟରେ ଉତ୍ତେଜନାକୁ ନେଇ କେନ୍ଦ୍ରର ଆଡଭାଇଜରୀ ।

⭕ଟିକେଟ ବିକ୍ରି-କୋଟିଏ ଟଙ୍କାର ଅଫର୍, ଶଙ୍ଖଦଳର ପୋଲ ଖୋଲିଦେଲେ କୁଲେସିକା ।

⭕ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ, ପ୍ରୋଟିନ ପାଉଡରରେ ଆଉ ନାହିଁ ପ୍ରୋଟିନ, ଗବେଷଣାରେ ହେଲା ଖୁଲାସା ।

⭕ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସରେ ହେଲା କୃଷକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, କୃଷକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଚର୍ଚ୍ଚିତ ଡାକ୍ତର ଶଂକର ରାମଚନ୍ଦାନୀ ।

⭕ବିଭିନ୍ନ ସମସ୍ୟା ଭିତରେ କପ୍ତିପଦା ଶାଳଚୂଆ ଆମ୍ବଡୁବା ଗାଁ: ଗମନା ଗମନ ପାଇଁଁ ନାହିଁ ରାସ୍ତା, ବିପର୍ଯ୍ୟସ୍ତ ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ।

⭕ବିରୂପା ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ ।

⭕ପୁଣି ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଉଦ୍ଧାର ହେଲେ ନବରଙ୍ଗପୁରର ୨୦ ଦାଦନ, ଏବେବି ଫସି ରହିଛନ୍ତି ୧୪ ଶ୍ରମିକ।

⭕ବିଜେପିର ଅଭିଯୋଗ, ରାଜ୍ୟ ସରକାର ପାଉଛନ୍ତି ସାର୍ଟିଫିକେଟ୍ କିନ୍ତୁ ଏବେ ବି ରାସନ୍ ପାଉନାହାନ୍ତି ଲୋକେ- ସଜ୍ଜନ ଶର୍ମା ।

⭕ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ପର୍ବ, ଶେଷ ଦିନରେ କଠିନ ବ୍ରତ ଭାଙ୍ଗିବାର ରହିଛି ପରମ୍ପରା, ଜିଭ ଓ ଦେହରେ କଂଟା ଫୋଡି ପାଟ ପର୍ବରେ ସାମିଲ ହୁଅନ୍ତି ବ୍ରତଧାରୀ, ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ।

⭕ମାର୍ଚ୍ଚ ପହିଲାରେ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବ୍ଲାଷ୍ଟ ଘଟଣା, ୨ ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ ।

⭕ବିଜେପିକୁ ଟାର୍ଗେଟ୍ କଲେ ରେଢାଖୋଲ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ, କହିଲେ ଗତ ୫ବର୍ଷ ମଧ୍ୟରେ ସାଂସଦ ଓ ବିଧାୟକ ଥାଇ ବି କିଛି ବିକାଶ କରିନାହାଁନ୍ତି ବିଜେପି ନେତା ।

⭕ପ୍ରାର୍ଥୀ ତାଲିକା ଘୋଷଣାରେ ପଛରେ ପଡିଛି କଂଗ୍ରେସ, ୧୫ ସୁଦ୍ଧା ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ପିସିସିଙ୍କ ସୂଚନା ।

⭕ପରମାଣୁ ଅସ୍ତ୍ର ନଷ୍ଟ କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି, ରାଜସ୍ଥାନରେ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

⭕ଖୁବଶୀଘ୍ର ଆସିବ ବିଜେପିର ବାକି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା, ଏପର୍ଯ୍ୟନ୍ତ ୧୧୨ ବିଧାନସଭା ପାଇଁ ତାଲିକା ଜାରି କରିଛି ବିଜେପି ।

⭕ବିଜେପି କର୍ମୀଙ୍କୁ ପୋଲିସ ଦେଉଛି ଧମକ, ସୁନ୍ଦରଗଡ ଏସଡିପିଓ ଓ ଭସ୍ମା ଆଇଆଇସିଙ୍କ ନାଁରେ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

⭕ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି, ସାମ୍ବାଦିକ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ନେଇ ଅଭିଯୋଗ ।

⭕ନବୀନ ନିବାସରେ ବାବୁଶାନ୍ ଓ ଅମ୍ଳାନ, ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯୋଜନା ।

⭕କୃଷିଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ, ହେଲେ ଲକ୍ଷ ଲକ୍ଷ କୋଟି ଟଙ୍କାର ଛାଡ ପୁଞ୍ଜିପତିଙ୍କୁ କଲେ : ପ୍ରିୟଙ୍କା ଗାନ୍ଧୀ

⭕ରାଜ୍ୟରେ ୧୭ ରୁ ୨୦ ତାରିଖ ଭିତରେ ସାଂଘାତିକ ହୋଇପାରେ ତାତି, ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫° ଯାଏଁ ବଢ଼ି ପାରଦ ଛୁଇଁପାରେ ୪୫° ।

Related posts