ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ତିନି ତାରିଖ ନୟାଗଡ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲା ଲେଖକ୍ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭିଙ୍କ ସହଯୋଗ ରହିବ ବୋଲି ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା। ପରେ ପରେ ସ୍ଵନାମଧନ୍ୟ ଗଜଲ୍ ଗାୟକ ସ୍ବର୍ଗତ ପଙ୍କଜ ଉଦାସଙ୍କ ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କଣ୍ଠଶିଳ୍ପୀ ଡ. ଆଶୁତୋଷ ମିଶ୍ର ସ୍ବର୍ଗତ ପ୍ରତିଭାଙ୍କ କାଳଜୟୀ ଗଜଲ୍ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ଗୋପୀନାଥ ସେଠୀ ସ୍ବର୍ଗତ ପଙ୍କଜ ଉଦାସଙ୍କ ଗଜଲ୍ ଗାନ କରି ପରିବେଶକୁ ଗାମ୍ଭିର୍ଜମୟ କରିଥିଲେ। ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖା ଯାଇଥିବା କବିତାକୁ ଉପସ୍ଥିତ କବି କବୟିତ୍ରୀ ମାନେ ପାଠ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉପସ୍ଥିତ ଥିବାବେଳେ କବି ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ସଭିଙ୍କୁ ଧନ୍ୟବାଦ୍ ଦେଇଥିଲେ।
Related posts
-
ଧର୍ମପରାୟଣ ମହିଳାଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଓ୍ବାର୍ଡ ନମ୍ବର ୧ର ଜଣେ ବିଶିଷ୍ଟ ଧର୍ମପରାୟଣ ମହିଳା ଆରତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିବା... -
ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ... -
ନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ...