ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତାରକ ପ୍ରଶନ୍ନ ତ୍ରିପାଠୀଙ୍କ ସଭାପତିତ୍ୟରେ ରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଡ଼ିଓ, ଏବିଡିଓ, ଏବିଓ, ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ରୋଟାରୀ କ୍ଲବର ଉପ ପ୍ରାନ୍ତପାଳ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଫାଇଲେରିଆ ଓ ଏହାର ନିରାକରଣ କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍ବେଣ୍ଡାଜୋଲ’ ବଟିକା ଅତିଥି ମାନେ ପ୍ରଥମେ ଖାଇଥିଲେ ପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଜଳଖିଆ ଦିଆଯାଇଥିଲା ଏବଂ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀ ମାନେ ସେମାନଙ୍କୁ ଔଷଧ ଖୁଆଇ ଦେଇଥିଲେ। ଏହି କାର୍ଯ୍ୟକ୍ରମର ବ୍ୟାପକ ସଚେତନତା ପାଇଁ ରୋଟାରୀ କ୍ଲବ ନୟାଗଡ଼ କାର୍ଯ୍ୟ କରୁଥିବାରୁ ଅତିଥି ମାନେ ରୋଟାରୀକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ସନ୍ଦୀପ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମଶାବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପଟେଲ ଏବଂ ମନୋଜ କୁମାର ମହାପାତ୍ର ସହଯୋଗ କରିଥିଲେ ।
Related posts
-
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ... -
ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଆଚାର୍ଯ୍ୟ ବିଶ୍ୱରଂଜନ ସଭାପତି ଓ ପ୍ରଶାନ୍ତ ଜେନା ସମ୍ପାଦକ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ... -
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶିଶୁ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସମଗ୍ର ଭାରତ ବର୍ଷରେ ଉତ୍ସାହ ଉଦୀପନା ସହ ଶିଶୁ ଦିବସ ପାଳନ କରାଯାଇଛି । ଶିଶୁ...