ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁନାଖଳାର ପ୍ରଣବ କୁମାର ଚିନରା ବୋଲି ଜଣାପଡ଼ିଛି। ଏହା ପୁର୍ବରୁ ୨୦୨୧ ମସିହାରେ ଗିରଫ ପ୍ରଣବ ନାଁ ରେ ଏକ ବ୍ରାଉନସୁଗାର କେସ ରଣପୁର ଥାନାରେ ରହିଛି। ମିଳିଥିବା ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଘଡୁଆଳ ଛକଠାରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ ୧୫କେଜି ଗଞ୍ଜେଇ ମିଳିଥିଲା। ଏଥିରେ ଥିବା ଆସାମୀକୁ ଗିରଫ କରିବା ସହିତ OD 02 AF 5995 କାରକୁ ପୁଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ୍ ନଂ ୩୧୩/୨୩ ରେ ଏକ ମାମଲା ରୁଜ କରାଯାଇ ଆସାମି ପ୍ରଣବ ଚିନରାକୁ କୋର୍ଟ ଚାଲାଣ କରାଯାଇଛି।
ଗଞ୍ଜେଇ ବେପାରୀ ଗିରଫ, କାର ଜବତ
