ରେଡକ୍ରସର ଆବଶ୍ୟକତା ସମ୍ପର୍କିତ ଆଲୋଚନା ଚକ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ନୂତନ କରି ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ଉପାଦେୟତା ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉତ୍ସବର ଆୟୋଜନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡକ୍ଟର ଆଦିତ୍ୟ କୁମାର ମିଶ୍ର ମହାଶୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ଆଭିମୁଖ୍ୟ ଓ ପରୋପକାରିତା ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଅବତାରଣା କରିଥିଲେ। ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଜୟିନୀ ଶୁଭଦର୍ଶିନୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Related posts