ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ଲେଙ୍କୁଡିପଡା ଉଚ୍ଚ ବିଦ୍ୟାଳୟ ପ୍ରଦର୍ଶନ କରିବା ଅବସରରେ ଉଚ୍ଚ ବିଦ୍ୟାଳୟ ଆଇନ ସାକ୍ଷରତା କ୍ଲବ ଛାତ୍ର ଛାତ୍ରୀମାନେ “ଏସିଡ ଆକ୍ରମଣ “ ଉପରେ ଏକ ଚିତାକର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯବଳୀକୁ ମଧ୍ୟ ପ୍ରଦର୍ଶନ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ସୌଦାମିନୀ ସ୍ଵାଇଁଙ୍କ ଲିଖିତ ଏବଂ ନିର୍ଦେଶିତ ପଥପ୍ରାନ୍ତ ନାଟକଟିକୁ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଉପଭୋଗ କରିଥିଲେ ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାଣିକେଶ୍ଵର ସ୍ଵାଇଁ, ପ୍ରାଧିକରଣ ସଚିବଙ୍କୁ ବିଦ୍ୟାଳୟ ପରିଦର୍ଶନରେ ସାହାଯ୍ୟ କରିଥିଲେ । ଉକ୍ତ କାର୍ଯକ୍ରମରେ ଅଧିବକ୍ତା ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଶ୍ରୀ ପ୍ରକାଶ କୁମାର ଦାଶ, ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ପ୍ରାଧିକରଣର ସଦସ୍ୟ ମହମ୍ମଦ ଓମ।ର ମ।ଲ୍ଲିକ ଉପସ୍ଥିତ ଥିଲେ । ଆଇନ ସେବା ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ଵାଳ, ଶ୍ରୀ ରାଜେଶ କୁମାର ବାରିକ, ଏବଂ ଆଇନ ସହାୟତା ସ୍ଵେଚ୍ଛାସେବୀ ଶ୍ରୀମତୀ ଲୀପଶା ପଟ୍ଟନାୟକ, ଶ୍ରୀ ପ୍ରମୋଦ ମହାନ୍ତି ଏବଂ ଅକ୍ଷୟ ପ୍ରଧାନ କାର୍ଯକ୍ରମ ସମ୍ପାଦନ କରିଥିଲେ।

