ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ. ଗଣେସୀ ଲାଲଙ୍କ କରକମଳରେ ଉନ୍ମୋଚିତ ହେଲା ନୟାଗଡ଼ର ବିଶିଷ୍ଟ ଲେଖକ ପ୍ରଧାନ ପଣ୍ଡିତ ସ୍ୱର୍ଗତ ଚନ୍ଦ୍ରମଣୀ ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ‘କଂସାରାତି’ ଏବଂ “ପ୍ରବନ୍ଧପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା”ର ଲେଖକ ହେଉଛନ୍ତି ପ୍ରଧାନ ପଣ୍ଡିତ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନ। ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଡଃ. ସୁକାନ୍ତି ମହାନ୍ତିଙ୍କ ସମେତ କବି ଗୋଦାବରୀଶ ମିଶ୍ର, ଶିତୁ ପ୍ରକାଶ ରଥ, ଦିବ୍ୟଜ୍ଞ ସତ୍ୟପ୍ରଜ୍ଞ, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେl
ମହାମହିମ ରାଜ୍ୟପାଳଙ୍କ କରକମଳରେ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’ ଉନ୍ମୋଚିତ
