ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ATDC (Apparel training & designing center) ଧନ୍ଦାମୂଳକ ପ୍ରଶିକ୍ଷିକ/ପ୍ରଶିକ୍ଷିକାମାନଙ୍କର ଏକ ତାଲିମ କାର୍ଯ୍ୟ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ସଂସ୍ଥାର ଷ୍ଟେଟ ହେଡ ତଥା ପ୍ରିନ୍ସିପାଲ ମଳୟ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାରମ୍ଭରେ ସଂସ୍ଥାର ସଂଯୋଜକ ଗଗନ ମିଶ୍ର ତାଲିମର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ଏହି ତାଲିମରେ ବରିଷ୍ଠ ଅଧ୍ୟାପକ ତଥା ଆଇନିଜୀବୀ ଡ଼. ଅଶୋକ ମିଶ୍ର, ଓସେପାର PMU ବିଭାଗର ପରିଚାଳନାରେ ଥିବା ସାଗରୀକା ମହାପାତ୍ର ଏବଂ ଟେକ୍ନିସିଆନ ମହେଶ୍ୱର ଭଟ ପ୍ରମୁଖ ସଂସ୍ଥାର ଅଧୀନରେ ଥିବା ପ୍ରଶିକ୍ଷକ ଏବଂ ପ୍ରଶିକ୍ଷୀକାମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ। ଡ଼: ମିଶ୍ର ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ସୁଯୋଗାଯୋଗ ସ୍ଥାପନ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।
ସେହିପରି ଶ୍ରୀମତି ମହାପାତ୍ର ଧନ୍ଦାମୂଳକ ଶିକ୍ଷା ମମସ୍ତ ବିଷୟ ସହ କିପରି ଯୋଗାଯୋଗ କରିହେବ ଏବଂ ଶିକ୍ଷାର କିପରି ଉନ୍ନତି ହେବା ସହ ଛାତ୍ରଛାତ୍ରୀ କିପରି ରୋଜଗାର କ୍ଷମ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ l ସେହିପରି ମହେଶ୍ୱର ଭଟ ଲାଇଟ ହାଉସ ଆପରେ ଥିବା କିଛି ସମସ୍ୟା ଏବଂ ତ୍ରୁଟିକୁ କିପରି ଭାବେ ସମାଧାନ କରାଯାଇପାରେ ସେ ବିଷୟରେ ଅବଗତ କରାଇଥିଲେ । ସମସ୍ତ ପ୍ରଶିକ୍ଷିକଙ୍କ ତରଫରୁ ଦଶମ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ପୂର୍ଵପରି କିପରି ସଂଶୋଧନ ହୋଇପାରିବ, ଭୋକେସନାଲ ଲାଵର ଗୃହ ସମସ୍ୟା ଏବଂ ଲାଇଟ ହାଉସ ଆପର କିଛି ପରିବର୍ତ୍ତନ ପାଇଁ ମତ ପ୍ରକାଶ କରିଥିଲେ l ପରିଶେଷରେ ସମସ୍ତ ପ୍ରଶିକ୍ଷିକ ତାଲିମର ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।
ଭୁବନେଶ୍ୱରରେ ATDC ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
