ପାଠ୍ୟ ପୁସ୍ତକ ସଂଶୋଧନ କର୍ମଶାଳାରେ ନୟାଗଡ଼ରୁ ୬ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଇଂରାଜୀ ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ୫ ଦିନପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାରୁ ୬ଜଣ ଶିକ୍ଷକ ଯୋଗଦାନ କରି ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କ୍ରମରେ ଜିଲ୍ଲାରୁ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ,ପ୍ରଶାନ୍ତ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ସୁଜାତା ଦେବୀ ଏବଂ ବଲାଲ ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦାନ କରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରେ ରହିଥିବା ତୃଟି ଗୁଡ଼ିକୁ ସଂଶୋଧନ କରିଥିଲେ । ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ଦ୍ଦେଶିକା ସୁମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଂଶୋଧନ କର୍ମଶାଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୨୭ଜଣ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ସଂଶୋଧନ କାର୍ଯ୍ୟ ସମାପନ କରାଯାଇଥିବା ବେଳେ ଇଂରାଜୀ ଏକ୍ସପର୍ଟ ଗଦାଧର ବେଉରିଆ,ବିରଞ୍ଚି ନାରାୟଣ ରଥ ଏବଂ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଶିକ୍ଷକମାନଙ୍କୁ ଗାଇଡ୍ କରିଥିଲେ ।

Related posts