ଶରଣକୁଳରେ ମଣିପୁରରେ ବର୍ବରତାକୁ ନେଇ ପ୍ରତିବାଦ ସଭା

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ବଜାରରେ ପ୍ରତିବାଦ ସଭା ମାଧ୍ୟମରେ ସି. ପି. ଆଇ. ଏମ ଓ ଏସ ୟୁ ସି ଆଇ ପକ୍ଷରୁ ମଣିପୁରରେ ଘଟୁଥିବା ନାରୀ ଅତ୍ୟାଚାର ଓ ସଂଖ୍ୟାଲଘୁ କୁକି ଆଦିବାସୀ ସଂହାରର ନିନ୍ଦା କରାଯାଇଥିଲା। ଏଥିପାଇଁ ଦାୟୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରାଯାଇଛି। କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରମିକ ଓ କୃଷକ ନେତା ବିଶ୍ୱନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଜ୍ୟୋତିପ୍ରଭା ଜେନା, ନିରଞ୍ଜନ ସାହୁ, ରବି ମହାପାତ୍ର, ଭାଗିରଥି ସ୍ୱାଇଁ, ଧୀରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Related posts