ଶରଣକୁଳ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କାଯ୍ୟର୍କ୍ରମରେ ନାମଲେଖାଇବା ପାଇଁ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୩)ରେ ଓଡ଼ିଆ ବିଭାଗରେ ଶରଣକୁଳ ଥାନା ଅନ୍ତର୍ଗତ କୁଶାପାଣ୍ଡେରୀ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ପ୍ରଧାନ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ ବିଷୟ ନେଇ ଅଧ୍ୟୟନ କରୁଥିଲେ। ସେ ଓଡ଼ିଆ ବିଷୟରେ ସର୍ବାଧିକ ନମ୍ବର ଶତକଡ଼ା ୯୫.୭୬ ରଖି ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି। ସେ କୁଷାପାଣ୍ଡେରୀ ଗ୍ରାମର ପିତା ଶରତ ପ୍ରଧାନ ଓ ମାତା ଝରି ପ୍ରଧାନଙ୍କ ପୁତ୍ର। ଶ୍ରୀମାନ ପ୍ରଧାନ ତାଙ୍କ ସଫଳତାର ଶ୍ରେୟ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବାନାମ୍ବର ପୃଷ୍ଟି, ଅଧ୍ୟାପକ ସହଦେବ ବେହେରା, ଅଧ୍ୟାପକ ସଞ୍ଜୟ କୁମାର ସାହୁ, ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ, ଡ. ବଶିଷ୍ଟ ବେହେରା, ହରେକୃଷ୍ଣ ଦାଶ, ପ୍ରମୋଦ ବେହେରା, ଡ. ଜୋସ୍ନାଞ୍ଜଳି ମଙ୍ଗରାଜ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପ୍ରଦାନ କରିଛନ୍ତି। ଏଇ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିବା ବେଳେ, ଶରଣକୁଳ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।
ଜିତୁ ପ୍ରଧାନ ହେଲେ ଓଡ଼ିଆ ବିଭାଗରେ ରାଜ୍ୟ ଟପ୍ପର
