ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁ ଭାରତୀ ଗଠନ ହୋଇଯାଇଅଛି। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିଶୁ ଭାରତୀ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସ୍ବାଇଁ, ସହ ପ୍ରମୁଖ ଶୁଭଲକ୍ଷ୍ମୀ ମିଶ୍ର ଏବଂ ପର୍ଯ୍ୟାୟ ପ୍ରମୁଖ ସୁନିତା ମିଶ୍ର ଙ୍କ ତତ୍ତ୍ଵାବଧାନରେ ତୃତୀୟ ରୁ ଦଶମ ଶ୍ରେଣୀ ଶିଶୁ ଙ୍କୁ ନେଇ ଏହା ଗଠନ କରାଯାଇଥିଲା। ଆଚାର୍ଯ୍ୟ ମାନେ ଶିଶୁ ଭାରତୀ ଓ କର୍ତ୍ତବ୍ୟ ବିଷୟ ରେ ଅଲୋକପାତ କରିବା ସହ ଶିଶୁ ଭାରତୀ ପଦାଧିକାରୀ ଏବଂ ବିଭାଗୀୟ ପ୍ରମୁଖ ଶପଥ ପାଠ କରିଥିଲେ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଭାରତୀ ଗଠନ
