ନୟାଗଡ଼ରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ଆସନ୍ତା ସେପ୍ଟେମ୍ବର ମାସ ୯ତାରିଖରେ ତୃତୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୧୪୩ ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୩ ଗୋଟି ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତି ପୂରଣ ବାବଦକୁ
୮୫,୦୦୦/- ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୧୨୫ ଗୋଟି ରାଜସ୍ବ ମାମଲା ଫଇସଲା କରାଯାଇ ୧୮,୬୮,୯୪୪/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୦୫ ଗୋଟି ବିବାହଜନିତ ମାମଲା ଏବଂ ୦୧ ଟି ଏନ.ଆଇ.ଆକୁ ମାମଲା ଫଇସଲା ସହ ଅନ୍ୟାନ୍ୟ ୦୯ଟି ମାମଲା ଫଇସଲା କରାଯାଇଥିଲା।
ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲିଲି ସେନାପତି
ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ମୁଖ୍ୟ ବିଚାର
ବିଭାଗୀୟ ମାଜିଷ୍ଟ୍ରେଟ ଶୃତି ସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଶ୍ବଜିତ ନାୟକ, ବରିଷ୍ଠ ଦେୱାନୀ ବିଚାରପତି (ଏଲ.ଆର.ଆଣ୍ଡ ଏଲ.ଟି.ଭି.
ପବିତ୍ରାନନ୍ଦ ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଡକ୍ଟର
ରୀନତି ମିଶ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ଡକ୍ଟର ନିଶାକର ସାହୁ, ଜେ.ଏମ.ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜ ଅଦାଲତ ପରିଚାଳନା କରିଥିଲେ । ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା.୦୯.୦୯.୨୦୨୩ ରିଖ, ଦ୍ବିତୀୟ ଶନିବାର ଦିନ ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ଏବଂ ଉକ୍ତ ଲୋକ ଅଦାଲତରେ ବିପୁଳ ପରିମାଣରେ ଭାଗନେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ସଚିବ ବିଶେଷ କୁମାର ସାହୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Related posts