ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନବକଳେବର ରଥଚକ ସ୍ଥାପନ ସ୍ମୃତି ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ସୃଜନ ସଙ୍ଗୀତାନୁଷ୍ଠାନ ପକ୍ଷରୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ ଚୌଧୁରୀ, ସମ୍ପାଦିକା ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଏହି ଭଜନ ସମାରୋହରେ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରାଣକୃଷ୍ଣ ମହାରଣା, ଜୟଶ୍ରୀ ଦେବୀ, ସରୋଜ ମିଶ୍ର, ରଜତ ନାରାୟଣ ଷଡଙ୍ଗୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦିକା ଜୟଶ୍ରୀ ଦେବୀ ମଞ୍ଚ ପରିଚାଳନା କରିଥିଲେ। ଏଥି ପୂର୍ବରୁ ରବୀନ୍ଦ୍ର ମହାପାତ୍ର ଏବଂ ଜୟଶ୍ରୀ ଦେବୀ କଣ୍ଠ ଦାନ କରିଥିବା ସଙ୍ଗୀତ ଭିଡିଓ ‘କଳା କହ୍ନେଇ ତୁ ଦେଲେ ଅନେଇ’ ଅତିଥି ମାନଙ୍କ ଦ୍ଵାରା ମୁକ୍ତି ଲାଭ କରିଥିଲା।

Related posts