ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସାନପଣ୍ଡୁସର ଗ୍ରାମର ବିଜୁ ଜନତା ଦଳର କର୍ମୀଙ୍କୁ ନେଇ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ସାନପଣ୍ଡୁସର ନିକଟସ୍ଥ ପାଟଚଣ୍ଡିପ୍ରସାଦର ଆମ୍ବତୋଟାଠାରେ ଅନୁଷ୍ଠିତ କର୍ମି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଡ.ସାହୁ କର୍ମୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଅଭିଭାଷଣ ରଖିଥିଲେ । ସାରା ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ୟ୍ୟନ୍ତ ଯେଉଁ ବିକାଶ ଘଟିଛି ସମସ୍ତଙ୍କର ଶ୍ରେୟ ହେଉଛନ୍ତି ନବୀନ । ନବୀନଙ୍କ ବିକାଶ ଧାରାକୁ ପାଥେୟ କରିବା ପାଇଁ ଡ. ସାହୁ ଆହ୍ୱାନ ଦେଇଥିଲେ । ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତରେ ଅନେକ ବିକାଶ ମୁଳକ କାର୍ୟ୍ୟ ହୋଇଛି । ଯାହା କିଛି ବାକି ଅଛି ସମସ୍ତ କାର୍ୟ୍ୟ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଡ.ସାହୁ ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ଶପଥ ନେଇ ଦଳ ପାଇଁ କାର୍ଯ୍ୟ କରିବା, ଯାହା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତିଶାଳୀ କରିବା ବୋଲି କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିନିଧି, ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ା ଓ ବିଜେଡିର ବହୁ ପୁରୁଖା କର୍ମୀ ଯୋଗ ଦେଇଥିଲେ । ଉକ୍ତ କର୍ମୀ ସମିଳନୀରେ ବହୁ ସମାଗମ ହୋଇଥିଲା ।

