ନୟାଗଡ଼,(ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ପକ୍ଷରୁ ନୟାଗଡ଼ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ଙ୍କ କାର୍ଯ୍ୟାଳୟ ଘେରାଓ ଓ ଦାବିପତ୍ର ପ୍ରଦାନ । ପ୍ରଚଣ୍ଡ ରୌଦ୍ରତାପ ସମୟରେ ନୟାଗଡ଼ରେ ସୃଷ୍ଟି ହୋଇଥିବା ଉତ୍କଟ ତଥା ଘନଘନ ବିଜୁଳି କାଟକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ବରେ ଆଜି ଅପରାହ୍ନରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ ଅଫିସ ସାମ୍ନାରେ ପ୍ରତିବାଦ ସଭା ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ତଥା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ପ୍ରତିବାଦ କରାଯିବା ସହ…
୧- ବିଜୁଳିକାଟର ବିଜୁଳି ବିଭାଗ ତରଫରୁ ଅତିଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା।
୨- ପ୍ରିପେଡ ତଥା ଡିଜିଟାଲ ମିଟର ଲଗାଇବା ଆଳରେ ହଇରାଣ କରିବା ତଥା ଗୁଣ୍ଡାଗିରି ବନ୍ଦ କରାଯାଉ।
୩- ନୟାଗଡ ବିଜୁଳି ଉପୋଭୋକ୍ତାଙ୍କ ଅଭିଯୋଗ ନିମନ୍ତେ ଏକ ସ୍ବତନ୍ତ୍ର ଟେଲିଫୋନ ନମ୍ବର।
୪- ସହରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦିରୁ ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତେ ଭୂତଳ ବିଦ୍ୟୁତ କେବୁଲ ବ୍ୟବସ୍ଥା।
୫- ନୟାଗଡ ପାଇଁ ଆଉ ଏକ ଗ୍ରୀଡ ଷ୍ଟେସନ।
୬- ଉପୋଭୋକ୍ତାଙ୍କ ବିଜୁଳି ବିଲରେ ମନଇଚ୍ଛା ଚାର୍ଜ ପକାଇ ଶୋଷଣ ବନ୍ଦ କରିବା।
୭- ନୟାଗଡ଼ ସହରାଞ୍ଚଳ ପାଇଁ ଏକ ସ୍ବତନ୍ତ୍ର ସବ ଷ୍ଟେସନର ସ୍ଥାପନା।
ଏହି ସବୁ ଦାବିକୁ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(Elect), ଟିପିସିଓଡ଼ିଏଲ, ନୟାଗଡ଼ଙ୍କୁ ହେମେନ୍ଦ୍ର ସେନା ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ କୃଷକ ନେତା ସନ୍ତୋଷ ପ୍ରଧାନ, ହରଷ ଚନ୍ଦ୍ର ପଣ୍ଡା, ତ୍ରିନାଥ ସାହୁ, ଆଲମ ଖାନ, ସୁବାଷ ମୁଦୁଲି, ନୃସିଂହ ମହାପାତ୍ର, କୃପାସିନ୍ଧୁ ଗୌଡ, ଦିଲ୍ଲୀପ ବେହେରା, ଆରତୀ ଗୌଡ, ଧରିତ୍ରୀ ସେଠୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

