ନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମର ମିଳିତ ସହଯୋଗରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପୂର୍ବାହ୍ନ ୭ଘଟିକା ସମୟରେ ଦିବସର ତାତ୍ପର୍ଯ୍ୟ ଉପରେ ସାଧାରଣ ନାଗରିକଙ୍କୁ ସଚେତନ କରିବା ପାଇଁ ଏକ ପଦଯାତ୍ରା ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା

ସଭାକକ୍ଷରେ ଏକ ସଚେତନତା ସଭା ସହ ରକ୍ତଦାନ କ୍ୟାମ୍ପ୍ କରାଯାଇଥିଲା। ଏହି ସଭାକାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ମକରନ୍ଦ ବେଉରା ରେଡକ୍ରସ ଦିବସର ଇତିହାସ ତାଙ୍କ ବକ୍ତବ୍ୟରେ ରଖିଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବ୍ଲଡବ୍ୟାଙ୍କ ପରିଚାଳକ ଡା. ଅଜୟ କୁମାର ବାହିନୀପତି, ଫୋରମର ଆବାହିକା ସୁନିତାରାଣୀ ମହାପାତ୍ର, ଜିଲ୍ଲା ଜରୁରୀ କାଳିନ ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗଦାନ କରି ଆଜିର ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଡା. ପିତବାସ ନାୟକ, ଡା. ବିଜୟ କୁମାର ବେହେରା, ଡା. ନାରାୟଣ ସାହୁ DHH ନୟାଗଡ଼, ଲାବ୍ରୋଟରୀ ଟେକ୍‌ନିସିଆନ ସ୍ଵପ୍ନଶ୍ଵର ନାୟକ, ଭୁବନେଶ୍ଵରୀ ପରିଡ଼ା, ପବିତ୍ର ମୋହନ ସାହୁ, ସୋମନାଥ ସେନାପତି, Help Desk DHH, ରକ୍ତ ଭଣ୍ଡାର ସହାୟକ ପଂଚୁ ଦଲେଇ, ନସିଂ ଅଫିସର DHH ଗୀତା ସ୍ଵାଇଁ, କନେଷ୍ଟବଳ ଟ୍ରାଫିକ ଆଉଟ୍ ପୋଷ୍ଟ ବ୍ରଜବନ୍ଧୁ ମହାରଣା, ହୋମଗାର୍ଡ ଟ୍ରାଫିକ ଆଉଟ୍ ପୋଷ୍ଟ ନିରଂଜନ ମହାନ୍ତି, ଶବବାହକ ନୀଳମଣି ଭଟ୍ଟ, ଭବାନି ଶଙ୍କର ରାୟଗୁରୁ, ମାନସ କୁମାର ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।

ଏତଦ୍ ବ୍ୟତୀତ ଶତପ୍ରତିଶତ ରେଡକ୍ରସ ରେଭିନ୍ୟୁ କଲେକ୍ସନ ପାଇଁ ଡେପୁଟି କଲେକ୍ଟର ଜୁଡିସିଆଲଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ସଭାକୁ
ସଂଯୋଜନା କରିଥିଲେ ଧରିତ୍ରୀ ଖବରକାଗଜର ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଲୋକନାଥ ମିଶ୍ର । ଏହି ସମସ୍ତ କାର୍ଯ୍ୟକ୍ରମରେ କୁନ୍ତଳା କୁମାରୀ ନସିଂ ସ୍କୁଲର ଛାତ୍ରୀ, ଟାଇକୋଣ୍ଡ ଅନୁଷ୍ଠାନର ଛାତ୍ର, ରେଡକ୍ରସ ଫୋରମର ସ୍ୱେଚ୍ଛାସେବୀ ଏବଂ ଜିଲ୍ଲା ରେଡକ୍ରସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ ୨୬ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

Related posts