ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ଥିବା ସଭା ଗୃହରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଆନୁକୁଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦାନନ୍ଦ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିମଳ ଅଧିକାରୀ ଦେବବ୍ରତ ପଣ୍ଡା, ବ୍ଲକ୍ ପରିମଳ ଅଧିକାରୀ କାହୁଁ ଚରଣ ବେହେରା, ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, ବି ପି ଏମ ସସ୍ମିତା ପରିଡ଼ା, ଜିପିଓ ସାଧୁଚରଣ ସାହୁ, ତୁଷାର କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ମଞ୍ଚାସିନ ଥିଲେ। ଗ୍ରାମାଞ୍ଚଳରେ କିପରିଭାବେ ଅଣ ଜୈବିକ ବିଘଟନଶିଳ କଠିନ ବର୍ଜ୍ୟବସ୍ତୁ ସଠିକ୍ ଭାବେ ପରିଚାଳନା କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଯଥା କାଚ, ପ୍ଲାଷ୍ଟିକ, ଲୁହା, ପଲଥିନ, ବିଭିନ୍ନ ସାମଗ୍ରୀର ଖୋଳପା ଯାହାକି ସହଜରେ ନଷ୍ଟ ହୁଏ ନାହିଁ ସେ ବର୍ଜ୍ୟବସ୍ତୁକୁ କିପରି ସଠିକ୍ ପରିଚାଳନା ସହ ସଦୁପ ଯୋଗ କରାଯିବ ସେ ଉପରେ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏହି ତାଲିମ ଶିବିର ରେ ୨୨ଟି ପଞ୍ଚାୟତର ଜନ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।
କଠିନ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର
