ନୟାଗଡ଼ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ୍ ସ୍ବାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ଭାଷା ଆନ୍ଦୋଳନର ମୂଖ୍ୟ ପୁରୋଧା, ଓଡ଼ିଶାର ପ୍ରଥମ ସ୍ନାତକ, ସୁପ୍ରସିଦ୍ଧ ଆଇନଜୀବୀ, ସମାଜ ସଂସ୍କାରକ, ସାମ୍ବାଦିକ, ଲେଖକ ତଥା କବି, ମଧୁ ବାରିଷ୍ଟର ନାମରେ ଓଡ଼ିଶାର ଘରେ ଘରେ ସୁପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି ନୟାଗଡ଼ ରେ ପାଳିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର ପଟ୍ଟନାୟକ, ସଭ୍ୟ ଆରିଫ ଖାଁ, ଅବିନାଶ ସାହୁ, ବିମଳ ପଟ୍ଟନାୟକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଙ୍କ ସହିତ ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ମିଶ୍ର, ବ୍ରଜେନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

Related posts