ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା

ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଲେଖା ଚାଲୁଥାଉ, ସାହିତ୍ୟରେ ସମ୍ବେଦନା ବଞ୍ଚି ରହୁ ବୋଲି କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ, ଜ୍ଞାନ ନଥିଲେ କିଛି ପାଇ ପାରିବ ନାହିଁ ବୋଲି କହିଥିଲେ। ଦୀପ ଜଳିବାକୁ ଚାହୁଁ ଥିଲେ ଜ୍ଞାନର ଦୀପ ଜାଳ ବୋଲି କହିଥିଲେ। ପ୍ରଫେସର ଡ. ପଣ୍ଡା ତାଙ୍କ ବକ୍ତବ୍ୟରେ, ନୟାଗଡ଼ ମାଟି ସାହିତ୍ୟ ଓ ଚେତନାର ଉତ୍ସ ବୋଲି କହିଥିଲେ। ବିଧାୟକ ଡ. ଅରୁଣ କୁମାର ସାହୁ ଲେଖକ ପାଠକ ଓ ପ୍ରକାଶକଙ୍କୁ ନେଇ ଅନେକ କାର୍ଯ୍ୟକ୍ରମ କରିଥିଲେ। ଏହା ପୁସ୍ତକ ମେଳା ନୁହେଁ, ଜ୍ଞାନର ମେଳା। ସାରସ୍ବତ ମେଳା ପାଠକ, ଲେଖକ ଓ ପ୍ରକାଶକଙ୍କୁ ଏକାଠି କରିବାର ମେଳା। ସାହିତ୍ୟ ପାଇଁ ତିନିଟି ଏଲ୍ ଦରକାର। ଲାଇଫ, ଲଭ ଓ ଲିକ୍ଟ୍ରେଚର। ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ ବୋଲି କହିଥିଲେ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ, ସାହିତ୍ୟ ପାଇଁ ପରମ୍ପରା ସୃଷ୍ଟି କରିବାର ଆବଶ୍ୟକ ରହିଛି।

ଅଧ୍ୟାପକ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହମ୍ମଦ ଉମର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବହି ଷ୍ଟଲ ଓ ଅନେକ କ୍ୟାରିୟର କାଉନସେଲିଂ ଷ୍ଟଲ ଖୋଲା ଯାଇଥିଲା କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ସଂଜୟ କୁମାର ସ୍ୱାଇଁ, ଅନୀଲ କୁମାର ପଣ୍ଡା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ୱାଇଁ, ନିହାର ପଟ୍ଟନାୟକ, ଅବିନାଶ ସାହୁ, ଶେଖ୍ ଅବଦୁଲ ଖାଲିକ, ସ୍ମିତା ସ୍ଵାଇଁ, ସୌଦାମିନୀ ସ୍ଵାଇଁ ପ୍ରମୂଖ ପରିଚାଳନା କରିଥିଲେ । ଏହି ଅବସରରେ ପୁସ୍ତକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାକୁ ସାମ୍ବାଦିକ ଉତ୍ପଳ କୁମାର ସାହୁ ସଂଯୋଜନା କରିଥିଲେ।

Related posts