
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନର ପକ୍ଷରୁ ଆଜି ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇ ଯାଇଛି। ଇଟାମାଟି ଥାନା ଅନ୍ତର୍ଗତ ନୋତର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇ ଥିବା ଏହି ଶିବିରରେ ୮୨ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ। ଏଥି ମଧ୍ୟରୁ ୧୭ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଭୁବନେଶ୍ୱରରେ ଆସନ୍ତା ସୋମବାର ଦିନ ମାଗଣା ଅସ୍ତ୍ରୋପଚାର କରାଯିବ। ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସମାଜସେବୀ ଦାମୋଦର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ନୟାଗଡ଼ ବିଧାୟକ ଡଃ. ଅରୁଣ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଜକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।