ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସିନ୍ଦୁରିଆ ଠାରେ ନାର୍ଡ ସହାୟତାରେ ଏବଂ ଆଇ କଂସେପ୍ଟ ସହଯୋଗରେ ରଙ୍କଦେଉଳି ଉତ୍ପାଦକ କମ୍ପାନୀ ଦ୍ବାରା ନୟାଗଡ଼ର ପ୍ରଥମ ଗ୍ରାମୀଣ ବଜାର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ସାହୁ ଜୈବିକ ଉପାୟରେ ଉତ୍ପାଦିତ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଏହି ପରି ଗ୍ରାମୀଣ ବଜାର ସାରା ଓଡ଼ିଶାରେ ଖୋଲାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଗ୍ରାମୀଣ ବଜାରର ଉତ୍ତରତୋର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହିଳା ଉତ୍ପାଦକ ଦଳ ଜିଲ୍ଲା ରେ ଧାନ ମଣ୍ଡି କରିବା ପାଇଁ ଗୁରୁତ୍ଵ ଦେଇଥିଲେ ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଅପମିଶ୍ରିତ ତେଲ ଓ ମସଲା ଖାଇବା ବଦଳରେ ସୁଦ୍ଧ ମସଲା ଓ ତେଲକୁ ଆପଣେଇବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ନାବାର୍ଡ ତୃପ୍ତି ତାପୋଷି ଗ୍ରାମୀଣ ବଜାରର ଗୁରୁତ୍ଵ ବିଷୟରେ ବୁଝାଇବା ସହ ଏହି ଗ୍ରାମୀଣ ବଜାର ମାଧ୍ୟମରେ କୃଷକମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ସହ ଉଚିତ ମୂଲ୍ୟ ପାଇ ପାରିବେ ତାହା ଉପରେ କହିଥିଲେ ତତ ସଙ୍ଗେ ସଙ୍ଗେ ଜିଲ୍ଲାରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ଉତ୍ପାଦକ ଦଳ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଉତ୍ପାଦ ତଥା ବିଭିନ୍ନ ହସ୍ତଶିଳ୍ପକୁ ଏହି ଗ୍ରାମୀଣ ବଜାରରେ ବିକ୍ରି କରିବା ଉପରେ ମଧ୍ୟ ଗୁରୁତ୍ଵ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମୀଣ ବଜାର ବ୍ୟବସାୟ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଗ୍ରାମୀଣ ବଜାରରେ ଚାଷୀ ମାନଙ୍କର ଦ୍ରବ୍ୟ ବିକ୍ରି କରିବା ସହ ଚାଷୀମାନଙ୍କର ଆବଶ୍ୟକତା ଅନୁଯାଇ ଠିକ ସମୟରେ ଏବଂ ସୁଲଭ ମୂଲ୍ୟରେ ଚାଷୀମାନଙ୍କ ପାଖରେ ପହଞ୍ଚାଇ ହେବ ଏହା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍କ ଦେଉଳି କୃଷକ ଉତ୍ପାଦକ କମ୍ପାନୀର ଚେୟାରମ୍ୟାନ ଉପସ୍ଥିତ ଥିଲେ ।
ଗ୍ରାମୀଣ ବଜାର ଉଦଘାଟନ କଲେ ବିଧାୟକ
![](https://nayagarhdarpan.com/wp-content/uploads/2023/01/20230130_004911-500x280.jpg)