ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ଠାରେ ଗଢ଼ି ଉଠିଥିବା ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ କଳାପରିଷଦ ଓ ମଦର ଆବାସିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ସୁନାମଧନ୍ୟ ଡା. ସିଦ୍ଧାର୍ଥ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ.କେ. ଇନାୟତ, ସମ୍ମାନିତ ଅତିଥିଭାବେ ସମାଜସେବୀ ବିଶ୍ବନାଥ ମହାପାତ୍ର, ସ୍କୁଲର ପୂର୍ବତନ ଉପସଭାପତି ଭଗବାନ ସାହୁ ଓ ଭାପୁର ମେଡିକାଲ ଅଫିସର ଡା. ପ୍ରଦୀପ କୁମାର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭାସିନୀ ନନ୍ଦ ସଭାପତିତ୍ବ କରିଥିଲେ । ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କୁ ନେଇ ବିଭିନ୍ନ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts