ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ ତରଫରୁ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ କବି ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବର ଅପାର ସଫଳତା ପରେ ଏହାର କର୍ମକର୍ତ୍ତାମାନେ ପ୍ରଭୁ ରଘୁନାଥଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଜି ସନ୍ଧ୍ୟା ୬ଟା ସମୟରେ ସଂସଦର ସଭାପତି ପଞ୍ଚାନନ ପଣ୍ଡା ଓ ସମ୍ପାଦକ ଭାବଗ୍ରାହୀ ମହାପାତ୍ରଙ୍କ ନେତୄତ୍ୱରେ ସଦସ୍ୟ ସଦସ୍ୟାମାନେ ଏକାଠି ହୋଇ ମନ୍ଦିର ପରିକ୍ରମା କରିସାରିବା ପରେ ସାମୂହିକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହାପରେ ସମସ୍ତେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ସାମୂହିକ ରାମନାମ ଭଜନ ମଧ୍ୟ କରିଥିଲେ।ଉକ୍ତ ଦୀପଦାନ କାର୍ଯ୍ୟକ୍ରମରେ ଲୋକନାଥ ମିଶ୍ର, ଦିବାକର ନାୟକ, ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ,ପ୍ରହଲ୍ଲାଦ ବେହେରା,ରମାକାନ୍ତ ପ୍ରଧାନ, ଦ୍ୱିତୀକୄଷ୍ଣ ମିଶ୍ର, ଶରତଚନ୍ଦ୍ର ଷଡ଼ଙ୍ଗୀ, ରାଧାଗୋବିନ୍ଦ ନାୟକ, କମଳିନୀ ବେହେରା, ପ୍ରଭାତି ପଟ୍ଟନାୟକ ପ୍ରମୂଖ ଯୋଗଦେଇଥିଲେ।ପରବର୍ତ୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ସାହିତ୍ୟ ସହିତ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ଜଣାଯାଇଛି। ସଂସଦର ଏ ପ୍ରକାର କାର୍ଯ୍ୟକ୍ରମକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।
ଓଡ଼ଗାଁ ରଘୁନାଥ ସାରସ୍ଵତ ସଂସଦ ତରଫରୁ ପ୍ରଭୁ ରଘୁନାଥଙ୍କ ପାଖରେ ସାମୂହିକ ଦୀପଦାନ
