କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ୭୬ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଦୀର୍ଘ ତିନି ଦିନ ହେଲା ୭୫ତମ ଅମୃତ ମହୋତ୍ସବ ବିଦ୍ୟାଳୟରେ ପାଳନ
କରାଯାଇଥିଲା । ପିଲାଙ୍କ ମଧ୍ୟରେ ଚିତ୍ର, ନୃତ୍ୟ, ବକ୍ତୃତା ପ୍ରତିଯୋଗିତା
କରାଯାଇଥିଲା । ଉକ୍ତ ଉତ୍ସବ ରେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ
ଅରୁଣ କୁମାର ଦାସ ପତାକା ଉତୋଳନ କରି ପିଲାମାନଙ୍କୁ ଅଭିବାଦନ
ଜଣାଇଥିଲେ । ଅମୃତ ଉତ୍ସବ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ
ଭାରତୀୟ ସଂସ୍କୃତି, ପରମ୍ପରା, ଉତ୍ସବ, କାଉଡ଼ିଆ, ବୀର ସ୍ବାଧୀନତା ସଂଗ୍ରାମୀମାନଙ୍କର ବେଶ ହୋଇ ଗ୍ରାମ ପରିକ୍ରମା କରିଥିଲେ । କନ୍ଧନୟାଗଡ ପଞ୍ଚାୟତ ସ୍ଥିତ ରଘୁ ଦିବକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମଲ୍ୟ ଗାନ୍ଧୀ ମଣ୍ଡପ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପଞ୍ଚାୟତ ଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ବିନାୟକ ଦାସ, ରବୀନ୍ଦ୍ର କୁମାର ମହାରଣା, ସୁଜାତା ସାହୁ, ମଣ୍ଟୁ ଗୁରୁଜୀ ସମେତ ସମସ୍ତ ଗୁରୁମା ମାନେ ଓ ବହନ ପ୍ରମୁଖ ମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

Related posts