ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୨ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ସତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମୁଦାୟ ୨୬୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୬ଜଣ A1,୧୧୨ଜଣA2, ୮୩ଜଣ B1,୧୨ ଜଣ B2 ଓ ୫ଜଣ C ଗ୍ରେଡରେ ଉର୍ତ୍ତିନ ହୋଇଛନ୍ତି। ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଵିଷ୍ଣୁ ପ୍ରିୟା ପ୍ରଧାନ ସର୍ବାଧିକ ୫୮୯ ନମ୍ବର ରଖି ବିଦ୍ୟାଳୟ ର ଗୌରବ ଅର୍ଜ୍ଜନ କରିଛନ୍ତି। ଏପରି ଅପୂର୍ବ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ର ସଦସ୍ୟ ବୃନ୍ଦ ଓ ଆଚାର୍ଯ୍ୟ ଆଚାର୍ଯ୍ୟl ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗ ସଦସ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ବରାଡ଼,ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି, ଉପସଭାପତି ଶ୍ରୀଯୁକ୍ତ ଶାନ୍ତନୁ କୁମାର ସ୍ୱାଇଁ ଶିଶୁ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

