ଚଳିତ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୁଣି ଏକ ନୂଆ ଇତିହାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀ ଅର୍ଥାତ୍ First Division ରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ଆମ ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।

୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୨ଜଣ, ଏ-୨ରେ ୧୧ ଜଣ, ବି-୧ରେ ୨୪ ଜଣ, ବି-୨ରେ ୦୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ବୟଂଶ୍ରୀ ସାହୁ ଓ ଅଙ୍କିତା ଭାରତୀ ସାହୁ ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିଛନ୍ତି।

ମୋଟ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦୁଇ ଜଣ ୯୦% ନମ୍ବର ରଖିଥିବା ବେଳେ ୧୧ ଜଣ ୮୦ ଶତକଡାରୁ ଉର୍ଦ୍ଧ୍ବ ନମ୍ବର ରଖି ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ବିଦ୍ଯାଳୟ ୧୦୦ ପ୍ରତିଶତ ରେଜଲ୍ଟ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।

ସୂଚନା ଥାଉକି, ୩୯ ଜଣ ଛାତ୍ରଛାତ୍ରୀ ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟ ଅଧିନରେ ପରୀକ୍ଷା ଦେଇଥିଲା ବେଳେ ଜଣେ ଛାତ୍ରୀ ଅଙ୍କିତା ଭାରତୀ ସାହୁ( ଏ୧)ପ୍ରମୋଦ ଚନ୍ଦ୍ର ପାତ୍ର ହାଇସ୍କୁଲ,ଲେମ୍ଭାଇ ଅଧିନରେ ପରୀକ୍ଷା ଦେଇଥିଲେ।

Related posts