ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ “ବିଶ୍ବ ରକ୍ତଦାତା ଦିବସ” ପାଳନ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ "ବିଶ୍ବ ରକ୍ତଦାତା ଦିବସ" ପାଳନ ଅବସରରେ ତାରିଣୀ ନଗର ସ୍ଥିତ ଏହାର କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର ଓ ଡାକ୍ତର ସଞ୍ଜୟ ଦାସ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ତତ୍ପରେ ରକ୍ତଦାନର ମହତ୍ତ୍ଵ ଶୀର୍ଷକ ଆଲୋଚନାରେ 'ସୋହମ'ର ସଭାପତି ଡ଼. କବିତା ମିଶ୍ର, ଉପସଭାପତି ତଥା ପରିବେଶବିତ୍ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ଚିକିତ୍ସକ ସଞ୍ଜୟ ଦାସ, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ ରକ୍ତଦାନ ଉପରେ ଆଲୋକପାତ କରିଥିଲେ। ଶିବିରରେ କୋଭିଡ ନିୟମ ପାଳନ କରାଯାଇ ୧୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୋହମ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ । ଅନୁଷ୍ଠାନ ର ସଦସ୍ୟ ରଘୁନାଥ ଦାଶ, ଲଳିତ ମିଶ୍ର, ଗତିକୃଷ୍ଣ ପ୍ରଧାନ, ନରେନ୍ଦ୍ର ବେହେରା, ପ୍ରକାଶ ବେହେରା, ବିବୃ ବାହନ ରଥ, ରବୀନ୍ଦ୍ର ନାୟକ ସମେତ ନୟାଗଡ ରକ୍ତଭଣ୍ଡାରର ସତ୍ୟପ୍ରିୟା ସାହୁ, ରବୀନ୍ଦ୍ର ସାହୁ, ସରୋଜ ସାହୁ, ଅଭିମନ୍ୟୁ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Related posts