ସୁଲେଇଙ୍କ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲା “ଅନନ୍ୟା ଫାଉଣ୍ଡେସନ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଘଡୁଆଳ ଗ୍ରାମର ସୁଲେଇ ପାତ୍ରଙ୍କ ପାଇଁ ପାଖାପାଖି ଦୁଇ ମାସ ସମୟ ହେବ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିୟମିତ ନିୟନ୍ତ୍ରିତ ପୌଷ୍ଟିକ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି। ଏବେ ଶୀତର ପ୍ରକୋପ ବଢ଼ି ଯାଇଥିବା ହେତୁ ସୁଲେଇ ପାତ୍ର ରହୁଥିବା ଘର ଶୀତୋପଯୋଗୀ ହୋଇ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଆଜି ଅନନ୍ୟା ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଥାଉକି, ସୁଲେଇ ପାତ୍ରଙ୍କ ତିନି ପୁଅ ରୋଜଗାରକ୍ଷମ ହୋଇଥିବା ସତ୍ତ୍ୱେ କେହି ନିଜ ମା’କୁ ପଚାରୁ ନାହାନ୍ତି। ବୟସର ଅପରାହ୍ନରେ ନିଜେ ସୁଲେଇ ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ। ଏହି ଖବର ପାଇ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସୁଲେଇଙ୍କ ପାଇଁ ସମସ୍ତ ସୁବିଧା କରାଯାଉଛି।

Related posts