ଓଡ଼ଗାଁ,(ନୟାଗଡ଼ ଦର୍ପଣ): ମିଳିତ ପ୍ରାଥମିକ ଶିକ୍ଷକ ସଂଗଠନ ଓଡ଼ଗାଁ ତରଫରୁ ଆଜି ସରକାରୀ କଲ୍ୟାଣ ମଣ୍ଡପ ଠାରେ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ବ୍ଳକ୍ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଯୋଗଦେଇ ଶିକ୍ଷକ ମାନଙ୍କ ସୁବିଧା ଅସୁବିଧା ଏବଂ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମୋ ସ୍କୁଲ ଅଭିଯାନକୁ ସଫଳକରିବା, ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଚେଷ୍ଟା କରିବା, ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବା, ବିଭିନ୍ନ ସଚେତନତା କାର୍ଯ୍ୟ କରିବା ପାଇଁ ଶିକ୍ଷକ ମାନଙ୍କୁ ଅବଗତ କରାଇଥିଲେ। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ, ବନବିହାରୀ ପାତ୍ର, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର ମଞ୍ଚାସୀନ ଥିଲେ।

ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷକ ମାନେ କିଭଳି ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଞ୍ଚି ଦକ୍ଷତା ବୃଦ୍ଧି କରାଇବେ।ଅଭିଭାବକ ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରି ଅନ୍ ଲାଇନ୍ ପାଠପଢ଼ା ରେ ଅଂଶଗ୍ରହଣ କରିବା ନିମନ୍ତେ ସହଯୋଗ କରିବାକୁ ଶ୍ରୀ ବାରିକ ପରାମର୍ଶ ଦେଇଥିଲେ।ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇଦିଆଯାଇଥିବା କାର୍ଯ୍ୟ ପୁସ୍ତିକାକୁ ସଠିକ ଭାବରେ ସଂଶୋଧନ କରିବା,ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରି ଶିକ୍ଷକ କିଭଳି ଛାତ୍ର ଛାତ୍ରୀ ମାନଙ୍କ ନିକଟତର ହୋଇପାରିବେ ସେ ବିଷୟରେ ଶ୍ରୀ ନାୟକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।ବିଦ୍ୟାଳୟ ପରିବେଶ କୁ ସଫାରଖିବା ସରକାର ଙ୍କ ନିୟମ କୁ ମାନି ବିଦ୍ୟାଳୟ ରେ କାର୍ଯ୍ୟ କରିବା।ବିଦ୍ୟାଳୟ କୁ ଆସୁଥିବା ଅନୁଦାନ ଓ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅନୁଦାନ ର ସଠିକ ଖର୍ଚ୍ଚ ସଠିକ ସମୟରେ କରି ୟୁସି ଦାଖଲ ପାଇଁ ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ ମନୋଜ କୁମାର ନାୟକ ବିବରଣୀ ପଠନ କରିଥିବାବେଳେ ଶ୍ରୀଧର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ନରେଶ ପାଣିଗ୍ରାହୀ ଶିକ୍ଷକ ମାନଙ୍କ ସମସ୍ୟା କୁ ଜଣାଇବା ସହିତ ପଦାଧିକାରୀ ଏବଂ ସଂଘର ଆଲୋଚନା ମାଧ୍ୟମରେ କିଭଳି ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ ହୋଇପାରିବ ଶିକ୍ଷା କ୍ଷେତ୍ରରେ ଆମ ବ୍ଳକ୍ କିଭଳି ଆଗୁଆ ହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।ଶିକ୍ଷକତା ବୃତ୍ତି ରୁ ଅବସର ନେଇଥିବା ଦ୍ୱିତୀକୃଷ୍ଣ ମିଶ୍ର, ପଦ୍ମଚରଣ ମହାପାତ୍ର, ତ୍ରିନାଥ ପ୍ରଧାନ, ଯୋଗେଶ୍ୱର ମହାନ୍ତି, ସବିତା ପଟ୍ଟନାୟକ, ସରୋଜିନୀ ଦେଈ,ପ୍ରସନ୍ନ କୁମାର ସାହୁ ଙ୍କୁ ମନ୍ତ୍ରୀ ମହୋଦୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଦୀକ୍ଷା ଆପ୍ ରେ ଶିକ୍ଷା ଦାନକରି ଓଡ଼ଗାଁ ବ୍ଳକ୍ ର ଯଶୋବନ୍ତ ପଟ୍ଟନାୟକ, କଳ୍ପନା ପାଣିଗ୍ରାହୀ ବ୍ଳକ୍ ର ସୁନାମ ରଖିଥିବାରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା, ଭାବଗ୍ରାହୀ ମହାପାତ୍ର, ସୁକାନ୍ତ ସାହୁ ମଞ୍ଚପରିଚାଳନା କରିଥିବାବେଳେ ସଚ୍ଚିଦାନନ୍ଦ ଦାସ, ଚିତ୍ତରଞ୍ଜନ ମିଶ୍ର, ମୋହନ ସାହୁ,ସୁଶେନ୍ଦୁ ଷଢ଼ଙ୍ଗୀ,ଜୟକୃଷ୍ଣ ପ୍ରଧାନ,ଦିଲିପ ହୋତା, ସୈ।ଦାମିନୀ ମହାପାତ୍ର, ଦୁଷ୍ମନ୍ତ ପଟ୍ଟନାୟକ, ସୁରେନ୍ଦ୍ର ଷଢ଼ଙ୍ଗୀ, ଲଳିତ ମୋହନ ମିଶ୍ର, ଜଗନ୍ନାଥ ବାରିକ ନାରାୟଣ ଡାକୁଆ ସମସ୍ତ ସଂଘର କର୍ମକର୍ତ୍ତା ଏବଂ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।