ପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ ପାଠାଗାର

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ଅତ୍ୟାଧୁନିକ ପାଠାଗାର ନିର୍ମାଣ ହେବାକୁ ଯାଉଛି । ଏଥିରେ ମୋଟ ୩୪ ଲକ୍ଷ ଟଙ୍କା ପ୍ରାଥମିକ ଭାବେ ଖର୍ଚ୍ଚ କରାଯିବ । ଆଜି ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ପୁରୁଣା ସହରର ବହୁ ବୁଦ୍ଧିଜିବୀ, ସମାଜ ସେବୀ ପ୍ରମୁଖ ଯୋଗ ଦେଇଥିଲେ ।

Related posts