ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବ ଉଦଘାଟିତ

ନୟାଗଡ଼,(ନୟାଗଡ ଦର୍ପଣ): ନୀତି ଆୟୋଗ, ଭାରତ ସରକାରଙ୍କ ଅନୁଦାନରେ ଅଟଳ ଟିଙ୍କରିଂ ଲ୍ୟାବ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଯୋଗଦେଇ ଅଟଳ ଟିଙ୍କରିଂ ପ୍ରୟୋନଶାଳା ଉଦଘାଟନ କରିବା ସହ ଛାତ୍ର ଜୀବନରୁ ହିଁ ସମୟକୁ ସଦୁପଯୋଗ କରିଲେ ଦେଶର ପ୍ରଗତି ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ଼ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ପରିଚାଳନା ସମିତିର ସଂପାଦକ ଶାନ୍ତନୁ କୁମାର ସ୍ୱାଇଁ, ସଭାପତି ଶ୍ରୀମତି ନମିତା କୁମାରୀ ନାୟକ, ସଦସ୍ୟ ସସ୍ମିତା ନାୟକ, ବିଦ୍ୟାମନ୍ଦିରର ପ୍ରମୁଖ ଗୋପୀନାଥ ସାହୁ ମଂଚାସୀନ ଥିଲେ । ଏହା ସହିତ ବିଶିଷ୍ଠ ଗଣିତଜ୍ଞ ଶ୍ରୀନିବାସ ରାମାନୁଜଙ୍କ ଜନ୍ମ ଦିବସରେ ଜାତୀୟ ଗଣିତ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ଅକ୍ରୁର ସ୍ୱାଇଁ ରାମାନୁଜ ଉଦ୍ଭାବନ କରିଥିବା ବିଭିନ୍ନ ଗାଣିତିକ ସୁତ୍ରକୁ ଛାତ୍ରଛତ୍ରୀ ମାନେ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରିପାରିବେ ବକ୍ତବ୍ୟ ରଖିଥିଲେ । ଏହି ଦିବସରେ ଗଣିତ ପତ୍ରବାଚନ, ପ୍ରୟୋଗ ଓ ପ୍ରକଳ୍ପ ପ୍ରଦର୍ଶନୀ ଆଦି ପ୍ରତିଯୋଗିତାରେ ୩୦୦ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଅଂଶଗ୍ରହର କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପରିଚାଳନା ସମିତିର ସଦସ୍ୟ, ଆଚାର୍ଯ୍ୟା ଆଚାର୍ଯ୍ୟ, ଅଭିଭାବକ ଭାଇ/ଭଉଣୀ ଓ ମାତୃ ଭାରତୀର ସଦସ୍ୟ ମାନେ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts