ନୟାଗଡ଼,(ନୟାଗଡ ଦର୍ପଣ): ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ଦକ୍ଷତା ବିକାଶ ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ନୂଆ ପ୍ରକଳ୍ପ ‘ସକ୍ଷମ ହିଁ ଶକ୍ତି’ର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସକ୍ଷମ ହିଁ ଶକ୍ତି’ ପ୍ରକଳ୍ପକୁ ଉଦଘାଟନ୍ କରିଛନ୍ତି । ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ କାର୍ଯ୍ୟକ୍ରମ ୩୦ ଦିନ ପର୍ଯ୍ୟନ୍ତ ଦିଆଯିବ । ଏହିଭଳି ତାଲିମ୍ ୧୦ଟି ବ୍ୟାଚର ୪୫୦ଜଣ ମହିଳାଙ୍କୁ ତାଲିମ୍ ଦେବା ପାଇଁ ଏହି ଯୋଜନା କରାଯାଇଛି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ତାଲିମରେ ମହିଳା ମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ସରକାର ମିଶନ ଶକ୍ତି ମା ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମିଶନ ଶକ୍ତି ମହିଳା ମାନଙ୍କର ବ୍ୟକ୍ତିଗତ ସ୍ତରରେ ଅଥବା ନିଜ ଗୋଷ୍ଠୀ ସ୍ତରରେ ଅନେକ ଜୀବନ ଜୀବିକା ଭିତିକ କାର୍ଯ୍ୟକ୍ରମ କରି ସୁନାମ ଅର୍ଜନ କରିଛନ୍ତି । ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ଦେଶକୁ ଆଗକୁ ବଢିବାରେ ସାହାର୍ଯ୍ୟ କରିଛନ୍ତି । ଜିଲ୍ଲାର ବିଭିନ୍ନ ଏସଏଚଜି ଗୃପର ସଭ୍ୟା ଭାଗ ନେଇ ନିଜ ଦକ୍ଷତା ଓ ଜୀବିକାକୁ ଆଗେଇ ପାରିବେ । ଯେଉଁ ମହିଳା ମାନେ ତାଲିମ ସାରିବେ, ସେହି ମହିଳା ମାନେ ବ୍ୟାଙ୍କରୁ ମିଶନ ଶକ୍ତି ଋଣ ଓ ମହାସଂଘର ଋଣ ନେଇ ନିଜ ସ୍ତରରେ ଅଥବା ଛୋଟ ସଲାଇ ଶିଳ୍ପ ପ୍ରତିଷ୍ଠାନ କରି ସ୍ୱାବଲମ୍ବୀ ହୋଇପାରିବେ । ଏହି ଅବସରରେ ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ଯୋଗଦେଇ କାହିଁକି ଓ କଣ ପାଇଁ ‘ସକ୍ଷମ ହିଁ ଶକ୍ତି’ ନାମ ରଖିଲେ ସେ ବିଷୟରେ ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ । ‘ସକ୍ଷମ ହିଁ ଶକ୍ତି’କୁ ସକ୍ଷମ କରିବା ପାଇଁ ମିଶନ ଶକ୍ତି ବିଭାଗ, ରାଜ୍ୟ ସରକାର ଓ ଓଡ଼ିଶା ଦକ୍ଷତା ବୃଦ୍ଧି କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ରହିଛି । ଦକ୍ଷତା ମାନ ଓ ତାଲିମ ନିମନ୍ତେ ଜିଲ୍ଲା ପ୍ରଶାସନ ହାଇଦ୍ରାବାଦ୍ ସ୍ଥିତ କେଆରଡି ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ କଂପାନୀ ସହ ଚୁକ୍ତିନାମା କରିଛି । ଉକ୍ତ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...