ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆଜି ଦେଶବ୍ୟାପୀ ବିଜୟ ଦିବସ ପାଳନ ଅବସରରେ ଦଶପଲ୍ଲା ଠାରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଛି। ବର୍ଷାଧିକ କାଳ କେନ୍ଦ୍ରର ମୋଦୀ ସରକାର ଆଣିଥିବା ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଚାଲି ଆସିଥିବା ଆନ୍ଦୋଳନ ସଫଳ ହୋଇଥିବାରୁ ଅର୍ଥାତ୍ ଏକଛାତ୍ର ବାଦୀ ମୋଦୀ ସରକାର ଆଣିଥିବା କୃଷି ଆଇନକୁ ପ୍ରତ୍ୟାହାର କରିଥିବାରୁ ଏହା ଦେଶର କେବଳ ଚାଷୀ ଆନ୍ଦୋଳନର ବିଜୟ ନୁହେଁ ଏହା ଗଣତନ୍ତ୍ରର ବିଜୟ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ଦାବୀ କରୁଛି।ତିନୋଟି କୃଷି ଆଇନ ବାତିଲ ପରେ ବି ଏମ୍ଏସପିକୁ ସୁନିଶ୍ଚିତ କରିବା ସହିତ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ୭୧୫ଜଣ ସହିଦ ଚାଷୀଙ୍କୁ କ୍ଷତିପୂରଣ ଏବଂ ଆନ୍ଦୋଳନକାରୀ ଚାଷୀ ମାନଙ୍କ ନାମରେ ରୁଜୁ ହୋଇଥିବା କେସ ଗୁଡ଼ିକୁ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦେଲା ପରେ ସଂଯୁକ୍ତ କିଶନ ମୋର୍ଚ୍ଚା ଆଜି ଡିସେମ୍ବର ଏଗାର ତାରିଖରେ ଆନ୍ଦୋଳନ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର ଘୋଷଣା କରି ଦେଶବ୍ୟାପୀ ବିଜୟ ଦିବସ ପାଳନ କରିଛି। ତେଣୁ ଆଜି ଦଶପଲ୍ଲାର ବ୍ଲକ୍ ଛକ ନିକଟରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ପଥପ୍ରାନ୍ତ ସଭାରେ ବକ୍ତାମାନେ ଆନ୍ଦୋଳନକୁ ସମର୍ଥନ କରି ସ୍ଥାନୀୟ ଜନ ସାଧାରଣ ବିଭିନ୍ନ ସମୟରେ ଦିଆଯାଇଥିବା ବନ୍ଦ ଆନ୍ଦୋଳନ ଗୁଡ଼ିକୁ ସଫଳ କରିଥିବାରୁ ଏବଂ ଏ ଅଞ୍ଚଳର ଚାଷୀ, ଯୁବକ ଓ ସାମାଜିକ ସଂଗଠନ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ୍)ନୟାଗଡ଼ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, କୃଷକ ସଭାର ଦଶପଲ୍ଲା ବ୍ଲକ୍ ସମ୍ପାଦକ ଗଣେଶ୍ୱର ନାୟକ ସଭାପତି ବ୍ରଜବନ୍ଧୁ ପ୍ରଧାନ ଡି ୱାଇ ଏଫ୍ ଆଇ ଦଶପଲ୍ଲା ବ୍ଲକ୍ ସମ୍ପାଦକ ବିପିନ୍ ବାଜୁ, ସଭାପତି ସୁଶାନ୍ତ ନାୟକ, ଖେତ ମଜଦୂର ନେତା ବିରଞ୍ଚି ନାଏକ ଓ ମନୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
February 4, 2025 Jajati Comments Off on ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନାନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ... -
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା...