ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ କେ.ସି କ୍ଲବ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିବାକୁ ଥିବା ସ୍ବର୍ଗତ ଭଗବାନ ଅଗ୍ରୱାଲ ସ୍ମୃତି ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ପ୍ରମୋଦ ପଟ୍ଟନାୟକ, ପୌରପରିଷଦର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଓଡିଶା ବ୍ରିଜ ଆସୋସିଏସନର ସଭାପତି ଶୁଭେନ୍ଦୁ ପଟ୍ଟନାୟକ, ସମ୍ପାଦକ ତାପସ ବିଶ୍ୱାଳ, କେ.ସି କ୍ଲବର ସଭାପତି ଭାଗିରଥି ଦାସ, ଉପସଭାପତି ଭବାନୀ ଶଙ୍କର ଦାସ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କୋଷାଧକ୍ଷ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ଖେଳକୁ ଓଡିଶା ବ୍ରିଜ ଆସୋସିଏସନର ଡାଇରେକ୍ଟର ଭୀମସେନ ପ୍ରଧାନ ପରିଚାଳନା କରିଥିବାବେଳେ କ୍ଲବର ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର, ବରିଷ୍ଠ ସଭ୍ୟ ସନ୍ତୋଷ ପଟ୍ଟନାୟକ, ଉମାଶଙ୍କର ଦାସ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସମଗ୍ର ରାଜ୍ୟରୁ ଭୁବନେଶ୍ୱର, କଟକ,ଅନୁଗୁଳ, ତାଳଚେର, ଛେଣ୍ଡିପଦା, ନୟାଗଡ ଆଦି ଅଂଚଳରୁ ୧୪ ଟି ଟିମର ୯୦ରୁ ଉର୍ଧ୍ଵ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି।
ନୟାଗଡ଼ରେ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
