ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଦ୍ୱିତୀୟ ସଂନ୍ଧ୍ୟା

ଶୀତୁଆ ସଂନ୍ଧ୍ୟାକୁ ଉଷୁମୁ କଲା ଶିଙ୍ଗମ୍ ଡ୍ୟାନ୍ସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ସଂନ୍ଧ୍ୟା ବେଶ୍ ଆକର୍ଷଣୀୟ ହୋଇଥିଲା । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ସାମିଲ ହୋଇଥିଲେ। ଶିଙ୍ଗମ୍ ଡ୍ୟାନ୍ସ ଗ୍ରୃପ କଳାକାରମାନେ ଶୀତୁଆ ସଂନ୍ଧ୍ୟାକୁ ଉଷୁମୁ କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହା ସହିତ ରକ୍ ଅନ୍ ଡ୍ୟାନ୍ସ ଗ୍ରୃପ କଳାକାରମାନେ ମଧ୍ୟ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । କମେଡି କଳାକାର ଟୁକୁନା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ। ଦୋଳୀ, ମୀନାବଜାର ସହ ବିଭିନ୍ନ ଖାଦ୍ୟ ଷ୍ଟଲ ମଜା ଦର୍ଶକମାନେ ଉଠାଇଥିଲେ । କାଉନସିଲର କିଷାନ୍ ଦାଶ ମଞ୍ଚ ପରିଚାଳନା କରିଥିଲେ ।

Related posts