ଅଜଣା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟ ପାଇଁ ପୋଲିସ ର ଅନୁରୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ଅଧୀନ ରଥାଗାଁ ନିକଟସ୍ଥ NH-୫୭ କଡ଼ରୁ ଉଦ୍ଧାର ହୋଇଥିବା ଜଣେ ଅଜଣା ପୁରୁଷଙ୍କ ମୃତଦେହର ପରିଚୟ ଜାଣିବା ପାଇଁ ଦଶପଲ୍ଲା ପୋଲିସ ପକ୍ଷରୁ ଜନ ସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି।

୨୪ ଅକ୍ଟୋବର ସକାଳ ପ୍ରାୟ ୮ଟା ୧୦ ମିନିଟ ସମୟରେ ଘଟଣା ସମ୍ପର୍କରେ ସୂଚନା ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ମୃତକଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ମୃତଦେହକୁ ସୁରକ୍ଷିତ ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି ।

ଏ ସଂକ୍ରାନ୍ତରେ ଦଶପଲ୍ଲା ଥାନାରେ U.D. Case No.26/2026 ରୁଜୁ କରାଯାଇ ଆବଶ୍ୟକ ତଦନ୍ତ ଓ ଇନକ୍ୱେଷ୍ଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ମୃତକଙ୍କ ପରିଚୟ ଜାଣିଥିବା ବ୍ୟକ୍ତି କିମ୍ବା କୌଣସି ପରିବାରର ସଦସ୍ୟ ନିଖୋଜ ଥିବା ସନ୍ଦେହ ହେଲେ, ଦଶପଲ୍ଲା ଥାନା ସହ ଯୋଗାଯୋଗ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Related posts