ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବନ ମହୋତ୍ସବ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା।

ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପରିଚାଳିତ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ନବ କିଶୋର ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ସମେତ ଶିକ୍ଷକ ବିଭୂତି ଭୂଷଣ ରଣସିଂହ, ସୂର୍ଯ୍ୟତା ବେହେରା, ଅନସୂୟା ବେହେରା, ଲୋମିତ ପ୍ରିୟଦର୍ଶିନୀ, ସ୍ୱାଗତିକା ମହାନ୍ତି, ବେଣୁଧର ବିଶ୍ୱାଳ, ରାଜେଶ କୁମାର ପଣ୍ଡା, ଦୀପକ କୁମାର ମଙ୍ଗଳ, କିଶୋର କୁମାର ଭଞ୍ଜ, ଚିତ୍ତରଞ୍ଜନ ଦାଶ, ଯୋଗେଶ ରାଉଳ ଓ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ଉପସ୍ଥିତ ଅତିଥି ଓ ଶିକ୍ଷକମାନେ କହିଥିଲେ ଯେ, କେବଳ ବୃକ୍ଷରୋପଣ କରିଦେଲେ ହେବ ନାହିଁ, ବରଂ ଲଗାଯାଇଥିବା ଚାରାଗୁଡ଼ିକର ଯତ୍ନ ନେଇ ସେଗୁଡ଼ିକୁ ବଞ୍ଚାଇ ରଖିବା ହିଁ ବୃକ୍ଷରୋପଣର ପ୍ରକୃତ ଉଦ୍ଦେଶ୍ୟ। ଏହି ଅବସରରେ ପରିବେଶ ସୁରକ୍ଷା, ସବୁଜ ବନାୟନ ଓ ପ୍ରକୃତି ସଂରକ୍ଷଣ ପ୍ରତି ସମସ୍ତଙ୍କୁ ସଚେତନ କରାଯାଇଥିଲା।

Related posts