ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୬ର ଚତୁର୍ଥ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକର ରାକମା, ବିଜିପୁର ଓ ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଖାଦ୍ୟ ଓ ଚପଲ ବଣ୍ଟନ କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଆଦିତ୍ୟ ପାଳ, ସତ୍ୟନାରାୟଣ ବେହେରା, ପରମେଶ୍ୱର ସାହୁ, ସୋମ୍ୟା ସ୍ୱୟଂପ୍ରଭା, ଶୁଭସ୍ମିତା ମିଶ୍ର, ଜଗନ୍ନାଥ କଂହର, ଆଶିଷ କୁମାର ନାୟକ, ଜ୍ଞାନରଞ୍ଜନ ବିଶ୍ୱାଳ, ସିପୁନ ସାମନ୍ତରାୟ ସତ୍ୟରଞ୍ଜନ ସାହୂ ,ଅଭିନାଶ ସାହୁ, ପ୍ରମୁଖ ସାମିଲ ହୋଇଥିଲେ। ଗତ ଦଶବର୍ଷ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାପକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ଜିଲ୍ଲାବ୍ୟାପି ଆଗାମୀ ଜୁଲାଇ ୨୦ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି।
ଭାପୁରରେ ସେବା ଉତ୍ସବ, ବସ୍ତ୍ର ଓ ଚପଲ ବଣ୍ଟନ
