ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏସ୍‌ପି ଅଫିସ ଘେରାଉ କଲା ବିଜୁଜନତା ଦଳ

ଆଗାମୀ ଦିନରେ ସୁଧାର ନ ଆସିଲେ ରାଜ ରାସ୍ତାରେ ହେବ ତୀବ୍ର ଆନ୍ଦୋଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା ଏବଂ ଗୁଣ୍ଡାରାଜ, ଏଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗଙ୍କୁ ନେଇ ଆଜି ଦଶପଲ୍ଲାର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱ ଏବଂ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ସଭାପତିତ୍ବରେ ଏସପି ଅଫିସ ଘେରାଉ କରିବା ସହିତ ନୟାଗଡ ଜିଲ୍ଲାକୁ ସୁଧାର ଆଣିବା ପାଇଁ ସହ ସହ କର୍ମୀଙ୍କୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦୁର୍ବଳ ସରକାର ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସାଧାରଣ ଜନତାକୁ ଭୟଭୀତ କରିଥିବା କହିଛନ୍ତି । ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଅରାଜକତା ବଢ଼ିଛି । ଅପରାଧିମାନେ ଆଇନକୁ ଭୃକ୍ଷେପ କରୁ ନାହାନ୍ତି । ବର୍ବରତା ସୀମା ଅତିକ୍ରାନ୍ତ କରିଛି ।ଏହା ସହିତ ନୟାଗଡ଼ ଓଡ଼ଗାଁରେ ଖଣି ମାଫିଆଙ୍କ ଦ୍ୱାରା ହତ୍ୟା ଘଟଣା ସବୁ ସୀମା ଟପିଛି ବୋଲି କହିଛନ୍ତି ଏବଂ ମିଛ ଅପରାଧୀ ଲୋକଙ୍କୁ ଜେଲ ପଠାଉଛନ୍ତି,ଦୋଷୀ  ଜଣେ ଜେଲ ହେଉଛି ଅନ୍ୟ ଜଣକୁ, ତେବେ ସେହିଭଳି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ  କହିଛନ୍ତି ସମୟ ଅବଧି ମଧ୍ୟରେ ପରିସ୍ଥିତିରେ ସୁଧାର ନଆସିଲେ ଆନ୍ଦୋଳନ ତ୍ରିବତର ହେବ ବୋଲି ଚେତାବନୀ ଦେଇଛନ୍ତି ।କାରଣ କଥା କଥାରେ ଗୁଳି, ବୋମା, ଖଣ୍ଡା ଠେଙ୍ଗା ଚାଲୁଛି । ଯେଉଁମାନେ ଆଇନକୁ ହାତକୁ ନେଉଛନ୍ତି, ସେମାନଙ୍କର ପୁଲିସ ପ୍ରତି ତିଳେମାତ୍ର ଭୟ ନାହିଁ ବୋଲି କହିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ତାଗିଦ୍ କରୁଛନ୍ତି । ଅର୍ଥାତ ନିଜେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ୱୀକାର କରୁଛନ୍ତି । ଏଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରକାରଙ୍କ ଚେତାଇବା ପାଇଁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ଘଟଣା, ଗଣିଆ ଜିଅନ୍ତ ପୋଡ଼ି ଦେବା ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି । ଗାଁ ଗାଁରେ କଙ୍ଗାରୁକୋର୍ଟ । ନୟାଗଡ଼ ଜିଲ୍ଲାର ସ୍ଥିତି ଅସମ୍ଭାଳ ବୋଲି କହିଛନ୍ତି । ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ସମେତ ଅନେକ ବିଜେଡି କର୍ମୀ ମାନେ  ଉପସ୍ଥିତ ଥିଲେ।

Related posts