୨୦ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି, ଶିକ୍ଷକ ମାନେ ବିଦ୍ୟାଳୟ ଆସିବେ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପ୍ରକାର ବିଦ୍ୟାଳୟ ଗୁଡ଼ିକୁ ଚଳିତ ମାସ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଚିଠି ନମ୍ବର ୨୭୯୦ ତା ୧୯.୪. ୨୬ ମାଧ୍ୟମରେ ଜିଲ୍ଲାର ସମସ୍ତ ପ୍ରକାରର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିବ। ତେବେ ଏହି ସମୟ ମଧ୍ୟରେ ବିଦ୍ୟାଳୟର ଅଫିସ ଖୋଲା ରହିବା ସହିତ ପିଲାଙ୍କ ନାମଲେଖା, ପରୀକ୍ଷାକାର୍ଯ୍ୟ ତଥା ଜନଗଣନା କାର୍ଯ୍ୟ ଯଥାରୀତି ଚାଲିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିବେ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Related posts