ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିକୁ ଦୀର୍ଘ ୭ ଦିନ ହେଲାଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଅଚଳ ହୋଇପଡିଛି। ଲିଙ୍କ ଫେଲ ବୋର୍ଡ ଲଗାଇ ପୋଷ୍ଟାଲ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବେହାଲ। କାମ ନଥିବାରୁ ମୋବାଇଲରେ ରିଲସ ଦେଖିବାରେ ବ୍ୟସ୍ତ ଅଛନ୍ତି। ଇଣ୍ଟରନେଟ ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ନଥିବା ତଥା ସେମାନେ ତାଙ୍କର ଦାୟିତ୍ୱବୋଧ ଭୁଲିଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ମୋଦି ସରକାର ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଇ ଆସୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଇଣ୍ଟରନେଟ ଫେଲ ସୁଧାର ଆଣିବା ପାଇଁ ବୈଷୟିକ ଜ୍ଞାନକୌଶଳ ଅଭିଜ୍ଞ ଯନ୍ତ୍ରୀ ନିଯୁକ୍ତ ହୋଇ ପାରୁ ନାହାଁନ୍ତି। ଲିଙ୍କଫେଲ ଜନିତ ଜିଲ୍ଲାରେ ଡାକସେବା ବାଧାପ୍ରାପ୍ତ ପାଇଁ ଗତ ୭ ଦିନ ଧରି ନା ଚିଠି ସ୍ପିଡ଼ପୋଷ୍ଟ ହୋଇ ପାରୁଛି ନା ଚିଠି ଆସି ପାରୁନଥିବା ବେଳେ ଜରୁରୀ ସେବାରୁ ନୟାଗଡ଼ ଜିଲ୍ଲାବାସୀ ବଞ୍ଚିତ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଯଥାଶୀଘ୍ର ଜିଲ୍ଲାରେ ଡାକସେବା ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ପୋଷ୍ଟାଲ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ଦାଶ ଟୁଇଟ କରିଛନ୍ତି। ଲିଙ୍କ ଫେଲ ଅଭିନୟ କରି ବିଏସଏନଏଲ ସେବାକୁ ଜିଓ ଇଣ୍ଟରନେଟ ନେଟୱାର୍କ ପରିବର୍ତ୍ତନ ପାଇଁ ସାଙ୍ଘାତିକ ଷଡଯନ୍ତ୍ର ସମ୍ଭାବନାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ ବୋଲି ଜିଲ୍ଲା କଂଗ୍ରେସ ପ୍ରେସବାର୍ତ୍ତା ରେ କହିଛି।

