ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଡିସିସି ପକ୍ଷରୁ କଂଗ୍ରେସ ସଭାପତି ତଥା ଦେଶର ପ୍ରମୁଖ ଦଳିତ ନେତା ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଶାଳୀନ, ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଆସାମ ବିଜେପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମାଙ୍କ କୁଶପୁତ୍ତଳିକା ନୟାଗଡ଼ କୋର୍ଟ ଛକରେ ଦାହ କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ,ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ,ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଡିସିସି ଦଳିତ କଂଗ୍ରେସ ସଭାପତି ଜିତେନ୍ଦ୍ର ଦଳେଇ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ଦେବାଶିଷ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ,ସରlଫତ ଖାଁ,ଙ୍କ ସମେତ ବହୁ ଯୁବ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଏହି କୁତ୍ସିତ ତଥା ବିକୃତ ମସ୍ତିଷ୍କ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଦଳିତ ବିରୋଧି ମନ୍ତବ୍ୟ ପ୍ରତିବାଦରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ
