ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାନକ ପରିସ୍ଥିତି ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ନିରୂପମା ଖଟେଇ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ଦର୍ଶନ ଖବରକାଗଜ ସମ୍ପାଦକ ବିଭୂତି ଭୂଷଣ ନାୟକ, ସହ ସମ୍ପାଦିକା ପ୍ରସମିତା ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନୟାଗଡ ସକାଳ ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରା ଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶନ ଖବର କାଗଜ ପ୍ରତିନିଧି ଏବଂ ଜିଲ୍ଲାର ସମସ୍ତ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ଅନେକ ବ୍ୟକ୍ତିତ୍ୱଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରତିନିଧି ସହଯୋଗ କରିଥିଲେ । ରଣପୁର ବ୍ଲକ ପ୍ରତିନିଧି ରଞ୍ଜନ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ
