ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜଙ୍ଗଲ, ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ” ପ୍ଲାଷ୍ଟିକ ପରିବର୍ତ୍ତେ ବ୍ୟବହାରୀ ଜିନିଷ ” ଉପରେ ସାମର୍ଥ୍ୟ ତାଲିମ କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଯୋଗଦେଇ ସମ୍ମାନିତ ହେଲେ ପନ୍ତିଖାରିଶାସନ ନିବାସୀ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ । ପ୍ଲାଷ୍ଟିକର ଭୟାବହତା ଉପରେ ସମସ୍ତେ ଜାଣିଥିଲେ ମଧ୍ଯ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବହିଦୋକନରୁ ବହି ଆଣିବା ବେଳେ ଏକକ ପଲିଥିନରେ ଘରକୁ ବହି ଆଣିବା ଏ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ବସ୍ଥୁ ହୋଇସାରିଲାଣି। ଏ ପଲିଥିନ୍ ଏପରି ଭାବେ ସହର ଓ ଗ୍ରାମାଞ୍ଚଳରେ ଗଦା ହେଲାଣି ଯେ ଦିନ ଆସିବ ପୃଥିଵୀ ଏକ ପଲିଥିନ୍ ଗଦା ପାହାଡ ଭିତରେ ଲୁଚିଯିବ ।

ଏହାଠୁ ଦୂରେଇ ରହି ଏହାର ପ୍ରତିବଦଳ ଭାବେ ବିଦ୍ୟାଳୟକୁ ପଲିଥିନ୍ ମୁକ୍ତ ରଖିବା, ବହି ଦୋକାନରୁ ବହି କିଣିବା ବେଳେ କପଡ଼ା ମୁଣିରେ ଘରକୁ ବହି ଆଣିବା, ଦୋକାନରୁ ଖାଦ୍ୟ ପଦାର୍ଥ ଆଣିବାବେଳେ ବଡ଼ ଷ୍ଟିଲ ଟିଫିନ୍ ବାକ୍ସରେ ଘରକୁ ଆଣିବା, ସାଙ୍ଗରେ ଷ୍ଟିଲ ବଟଲ ରେ ପାଣି ନେଇ ଘରୁ ବାହାରିବା ଭଳି ସଚେତନତା ବାର୍ତ୍ତା ପ୍ରଦାନ କରିଥଲେ ଶ୍ରୀ ସାହୁ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ କାଗଜରେ ଠୁଙ୍ଗା ସହିତ ମୋଟା କାଗଜରେ ସାନ ଖାମରୁ ଆରମ୍ଭ କରି ବଡ଼ବଡ଼ ଖାମ୍ ତିଆରି ପ୍ରସ୍ତୁତି ପ୍ରଣାଳୀ ବତାଇଥିଲେ। ପିଲାମାନେ କାଗଜରେ ବହୁତ ଠୁଙ୍ଗା ସାଙ୍ଗକୁ ଖାମ ତିଆରି କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ଗିରିଜା ଶଙ୍କର ମହାପାତ୍ରଙ୍କୁ ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ପ୍ରଦାନ କରିଥଲେ। ଶେଷରେ ଶ୍ରୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା।
