ନୟାଗଡ଼ରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ, ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ। ଏହି ଅବସରରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। କବିତା ଗୁଡ଼ିକୁ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ମମତା ମଞ୍ଜରୀ ଦେବୀ ସଂଯୋଜନା କରିଥିଲେ। ଶେଷରେ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Related posts