ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ବ୍ୟାପି ଚାଲିଥିବା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’ ସୋମବାର ଦିନ ଉଦଯାଟିତ ହୋଇଯାଇଛି।  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ନୟାଗଡ଼, ରାଜସୁନାଖଳା ତରଫରୁ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଉତ୍ତମ କାନ୍ତି ଜେନା ଯୋଗଦାନ କରି ପିଲାମାନଙ୍କୁ ବାସ୍ତବ ତଥ୍ୟ ସହିତ ପରିଚିତ କରାଇ ଶିକ୍ଷାଦାନ ପ୍ରଣାଳୀ ଆପଣେଇବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶିକ୍ଷକ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୮ଟି ବ୍ଲକରୁ ୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ତାଲିମ ପାଇଥିଲେ। ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନଙ୍କ ନେତୃତ୍ୱରେ  ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିରର ବିଭିନ୍ନ ଦିବସରେ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ  ପ୍ରଶିକ୍ଷକ ଡ.ସନ୍ତୋଷ କୁମାର ମିଶ୍ର,ମନୋରଞ୍ଜନ ଦାସ, ମାନସ ରଞ୍ଜନ ସାହୁ, ପ୍ରତାପ କୁମାର ଶତପଥୀ ପ୍ରମୁଖ  ଯୋଗଦାନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମୂଲ୍ୟାଙ୍କନ ପରେ ତାଙ୍କର ଶିକ୍ଷଣ ଦକ୍ଷତାକୁ ବିଶ୍ଳେଷଣ କରି, ଆଗାମୀ ଶିକ୍ଷଣ ପ୍ରକ୍ରିୟାକୁ କିପରି ସୁଦୃଢ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନେ ବିଭିନ୍ନ ଦକ୍ଷତା ଉପରେ ପ୍ରକଳ୍ପ ଏବଂ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟ ପରିଚାଳନାରେ ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, ବ୍ରଜ ବିହାରୀ ସୁବୁଦ୍ଧି, ପୀତବାସ ପ୍ରଧାନ, ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ବିରଞ୍ଚି ନାରାୟଣ ପୃଷ୍ଟି, ସୁଦର୍ଶନ ବରାଡ଼ ପ୍ରମୁଖ ସହଯୋଗ କରିଥିଲେ।

Related posts